ବଢିଲା ରେପୋ ରେଟ୍ । ଆରବିଆଇ ରେପୋ ରେଟ୍ ବଢାଇଛି । ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ଏଥିସହ ରେପୋରେଟ୍ ୪ ଦଶମିକ ୪୦ ରୁ ବଢି ୪ ଦଶମିକ ୯୦ ହୋଇଛି । ୫ ସପ୍ତାହ ମଧ୍ୟରେ ରେପୋରେଟ୍ ଦୁଇଥର ବୃଦ୍ଧି ପାଇଛି । ରେପୋରେଟ ବୃଦ୍ଧି ଯୋଗୁ ମହଙ୍ଗା ହେଉଛି ଋଣ , ଗାଡି, ଗୃହ ଏବଂ ବ୍ୟକ୍ତିଗତ ଋଣ । ମୁଦ୍ରାସ୍ପିତୀ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରାଯାଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here