ନିର୍ବାଚନରେ ହାରିବା ପରେ ଦଳୀୟ ନେତାମାନେ ଏବେ ନବୀନ ନିବାସ ମୁହାଁ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଜୟୀ ବିଧାୟକଙ୍କ ସହ ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ପରାଜିତ ପ୍ରାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରିସାରିଛନ୍ତି । ସମସ୍ତଙ୍କ ଠାରୁ ମତାମତ ନେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାମାନଙ୍କୁ ଡକାଇ ନବୀନ ନିବାସରେ ଆଲୋଚନା କରିଛନ୍ତି । ନିର୍ବାଚନ ଫଳାଫଳ ପରଠାରୁ ମିଡିଆ ସାମନାକୁ ଆସି ନ ଥିବା ଭି.କେ. ପାଣ୍ଡିୟାନ ଆଜି ନବୀନ ନିବାସ ବୈଠକରେ ଯୋଗ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଦଳୀୟ ନେତାମାନେ ଭବିଷ୍ୟତ ରଣନୀତି ସ୍ଥିର କରିବେ । ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକ କାର୍ଯ୍ୟ କରିବେ କି ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେବେ, ତାହା ସ୍ଥିର ହେବ । ବୈଠକରେ ଭିକେ ପାଣ୍ଡିୟାନଙ୍କ ସମେତ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here