ନୂଆଦିଲ୍ଲୀ : ଭାରତୀୟ ସେନା ବାହିନୀରେ ମହିଳା ଅଧିକାରୀଙ୍କୁ ‘ପର୍‌ମାନେଣ୍ଟ କମିସନ’ ଦିଆଯିବ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି ।୨୦୧୦ରେ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସମର୍ଥନ କରିଛି । ସେନାରେ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ରହିଛି । ସେନାରେ ସବୁବେଳେ ସମାନତା ରହିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ କେନ୍ଦ୍ର ସରକାର ନିଜର ମନୋଭାବ ବଦଳାଇବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି । ସୂଚନାଅନୁସାରେ କେନ୍ଦ୍ର ସରକାର ସେନାରେ ମହିଳା ଅଧିକାରୀଙ୍କୁ ପର୍‌ମାନେଣ୍ଟ କମିସନ୍ ଏବଂ କମାଣ୍ଡ ନିଯୁକ୍ତିକୁ ବିରୋଧ କରୁଥିଲେ । ମହିଳା ଅଧିକାରୀଙ୍କର ଶାରିରିକ ଦକ୍ଷତା ଏବଂ ମାନସିକ ସ୍ଥିତିଜନିତ ସମସ୍ୟା ଯୋଗୁଁ ସେମାନେ ଜରୁରୀ ପରିସ୍ଥିତିର ମୁକାବିଲା କରିବାରେ ଅସମର୍ଥ ବୋଲି କେନ୍ଦ୍ର ସରକାର ଆଶଙ୍କା ପ୍ରକାଶ କରିଥିଲେ । ଏହା ବ୍ୟତୀତ ସେନା ବାହିନୀରେ ପୁରୁଷ ସୈନ୍ୟମାନେ ମହିଳା ଅଧିକାରୀଙ୍କ ଠାରୁ ଆଦେଶ ଗ୍ରହଣ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନୁହନ୍ତି ବୋଲି କେନ୍ଦ୍ର ସରକାର ଦର୍ଶାଇଥିଲେ । କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି କମାଣ୍ଡ ନିଯୁକ୍ତିକୁ ସବୁଜ ସଂକେତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here