ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ରଥଯାତ୍ରା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବ । ଲକ୍ଷାଧିକ କାର୍, ବାଇକ୍ ପୁରୀ ସହରକୁ ପ୍ରବେଶ କରିବ । ସେଥିପାଇଁ ପୁରୀ ପୋଲିସ କେଉଁ ଗାଡି କେଉଁଠି ପାର୍କିଂ କରାଯିବ, ତାର ଚାର୍ଟ ପ୍ରସ୍ତୁତ କରାଯାଇଛି । ଏଡିଜି ଅମିତାଭ ଠାକୁର ଦେଇଥିବା ସୂଚନା ଅନୁଯାୟୀ ଟ୍ରାଫିକ ଦାୟିତ୍ବରେ ଡିଆଇଜି ଅଖିଲେଶ୍ବର ସିଂ, ଏସପି ରାହୁଲ ଜୈନ ରହିବେ । ଟ୍ରାଫିକ ନିୟନ୍ତ୍ରଣକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପୁରୀ ଭିତରେ ଇନସାଇଟ୍ ଟ୍ରାଫିକ 1 ଓ 2 ଏବଂ ଆଉଟସାଉଡ୍ ଟ୍ରାଫିକ ବ୍ୟବକ୍ଶା କରାଯାଇଛି ।
() ସମସ୍ତ ଇଣ୍ଟରଷ୍ଟେଟ ଟୁରିଷ୍ଟ ବସ୍ ଓ ଅନ୍ୟାନ୍ୟ ଟୁରିଷ୍ଟ ବସ୍ ମାଳତୀପାଟପୁରରେ ପାର୍କିଂ କରିବେ । ଭୁବନେଶ୍ବର ପଟୁ ଆସୁଥିବା ନିୟମିତ ଯାତ୍ରୀବାହି ବସ୍ ମାଳତୀପାଟପୁର ଗ୍ରୀଡଷ୍ଟେସନ ଦେଇ ତାଳବଣିଆ ବସଷ୍ଟାଣ୍ଡକୁ ଯିବେ । ସେହିପରି କୋଣାର୍କ ପଟୁ ଆସୁଥିବା ରୁଟ୍ ବସଗୁଡିକ ମଧ୍ୟ ତାଳବଣିଆରେ ପାର୍କିଂ କରିବେ । ବ୍ରହ୍ମଗିରି ପଟୁ ଆସୁଥିବା ବସ୍ ଫ୍ଲୋରିସ୍ ଇଣ୍ଡିଆରେ ପାର୍କିଂ କରିବେ ।
() ଫୋର୍ ହୁଇଲର୍ ମଧ୍ୟ ତାଳବଣିଆରେ ପାର୍କିଂ କରିବେ । ସେଠାରେ 6ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । କେବଳ ବ୍ରହ୍ମଗିରି ପଟୁ ଆସୁଥିବା ଫୋର୍ ହୁଇଲର୍ ଗୁଡିକ ଲୋକନାଥ କଂପ୍ଲେକ୍ସ ଅଞ୍ଚଳରେ ପାର୍କିଂ କରିପାରିବେ ।
() ଭୁବନେଶ୍ବର ପଟୁ ଆସୁଥିବା ଟୁ ହୁଇଲରଗୁଡିକ ମାଳତିପାଟପୁର, ବାଟଗାଁ ଦେଇ ମଙ୍ଗଳାଘାଟ ଯିବେ ଏବଂ ସେଠାରୁ ଜଗନ୍ନାଥବଲ୍ଲଭ ପାର୍କିଂରେ ଗାଡି ରଖିପାରିବେ । ଜଗନ୍ନାଥ ବଲ୍ଲଭ ପାର୍କିଂ ଫିଲପ୍ ହୋଇଗଲେ କ୍ରିକେଟ ପଡିଆ ଏବଂ ସେଠାରେ ଫିଲପ୍ ହୋଇଗଲେ ମଶାଣିଚଣ୍ଡୀରେ ପାର୍କିଂ କରିବେ । ସେହିପରି କୋଣାର୍କ ପଟୁ ଆସୁଥିବା ଟୁ ହୁଇଲର ତାଳବଣିଆ ଚକ୍ରତୀର୍ଥ ରୋଡ ଦେଇ ବ୍ଲୁ ଫ୍ଲାଗ ବିଚ ଓ ନୀଳାଚଳ ଅଶୋକ ହୋଟେଲ ପରିସରରେ ପାର୍କିଂ କରିବେ ।
ଏହି ପାର୍କିଂ ବ୍ୟବସ୍ଥା 20 ତାରିଖ ଘୋଷଯାତ୍ରା, 27 ତାରିଖ ଦିନ ସଂଧ୍ୟା ଦର୍ଶନ, 28 ତାରିଖରେ ବାହୁଡା ଯାତ୍ରା ଓ 29 ତାରିଖ ସୁନାବେଶ ଦିନ ପାଇଁ ଏହି ପାର୍କିଂ ବ୍ୟବସ୍ଥା ବଳବତ୍ତର ରହିବ । ଅନ୍ୟଦିନମାନଙ୍କରେ ଭୁବନେଶ୍ବର ପଟୁ ଆସୁଥିବା ଗାଡି ବାଟମଙ୍ଗଳା ଦେଇ ହସପିଟାଲ ଛକ ଓ ଜଗନ୍ନାଥବଲ୍ଲଭ ପାର୍କିଂ ଏରିଆରେ ରଖିପାରିବେ ।

LEAVE A REPLY

Please enter your comment!
Please enter your name here