ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ରଥାରୁଢ ତିନି ଠାକୁର । ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହୋଇଛି । ରତ୍ନବେଦି ଛାଡି ଜନ୍ମବେଦିକୁ ଯିବେ ମହାପ୍ରଭୁ । ଫେରିବା ବେଳେ ମାଉସୀ ଘର ଦେଇ ଆସିବେ । କୋଭିଡ କଟକଣା ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିବା ଭକ୍ତମାନେ ଆଜି ପୁରୀ ଧାଇଁ ଆସିଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ । ଲୋକାରଣ୍ୟ ହୋଇଛି ବଡଦାଣ୍ଡ । ଶୃଙ୍କଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here