ଆଜି ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର । ତିନି ରଥରେ ଠାକୁରଙ୍କ ନୀତିକାନ୍ତି ଚାଲିଛି । ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରୁଛନ୍ତି । ତେବେ ଭକ୍ତମାନେ ରଥ ଛୁଇଁବା ଉପରେ କଟକଣା ଜାରି କରାଯାଇଛି । ଆଜି ତିନି ଠାକୁର ଆଡପ ମଣ୍ଡପକୁ ବିଜେ କରିବା ପରେ ଆସନ୍ତାକାଲି ଠାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ । କୋଭିଡ କଟକଣା ଯୋଗୁ ଗତ ଦୁଇବର୍ଷ ଧରି ଭକ୍ତମାନେ ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ । ଚଳିତବର୍ଷ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି । ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here