ରାଜନଗରରେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖିଥିଲା। ଗତକାଲି ମୁଖ୍ୟ ଅଭିଯୁକ୍ତ ଚିତ୍ତରଞ୍ଜନ ମଲ୍ଲିକଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆଜି ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରି ମେଡିକାଲ ପରୀକ୍ଷା ପରେ ପୁଲିସ ସେମାନଙ୍କୁ ମଧ୍ଯ କୋର୍ଟକୁ ଚାଲାଣ କରିଛି।

ସୂଚନା ଅନୁସାରେ, ରାଖୀ ପୂର୍ଣ୍ଣିମା ଦିନ ପରିଚିତ ପିଉସା ଦଶମ ଶ୍ରେଣୀର ଛାତ୍ରୀଙ୍କୁ ମଟରସାଇକେଲରେ ଔପଦାକୁ ଭାଲୁକୁଣୀ ମୂର୍ତ୍ତି କିଣିବା ନାମରେ ନେଇଥିଲେ। ମୂର୍ତି ଆଣିବାକୁ ଡାକି, ପ୍ରଥମେ ଗର୍ଜନପୁର-ଗୋସିଗାଁ ରାସ୍ତାରେ ବା ପମ୍ପହାଉସ ଏବଂ ପରେ କୁନ୍ଦୁପୁର ଗ୍ରୀଡ୍ ନିକଟରେ ଥିବା ନିଛାଟିଆ ରାସ୍ତାକୁ ନେଇଥିଲେ। ସେଠାରେ ପିଉସା ପୀଡ଼ିତାଙ୍କ ସହିତ ଦୁଷ୍କର୍ମ କରୁଥିବାବେଳେ, ମଦ୍ୟପାନ କରୁଥିବା ଅନ୍ୟ ଯୁବକମାନେ ମଧ୍ୟ ଜୋରଜବରଦସ୍ତି କରିଥିଲେ।

ଘଟଣା ପରେ, ପୀଡ଼ିତା ଘରେ ସବୁ କଥା କହିଥିଲେ। ପିଉସାଙ୍କ ନାମ ଥିବାରୁ, କିଛି ଲୋକ ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁଇ ଦିନ ଉଦ୍ୟମ ସତ୍ତ୍ବେ ସେଥ୍‌ରେ ସଫଳତା ମିଳିନଥିଲା। ଶେଷରେ, ବିଳମ୍ବିତ ରାତିରେ ପୀଡ଼ିତାଙ୍କ ପରିବାର ରାଜନଗର ଥାନାରେ ଅଭିଯୋଗ କରିଥିଲେ। ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କ ଫଟୋ ଓ ଭିଡିଓ କରି ଭାଇରାଲ କରିଥିବା ସୂଚନା ମଧ୍ୟ ମିଳିଛି।

LEAVE A REPLY

Please enter your comment!
Please enter your name here