1982 ଏସୀୟ କ୍ରୀଡା ପ୍ରତିଯୋଗିତାରେ ଭାରତ ଅଶ୍ବ ଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଏହା ପରଠୁ ଭାରତ ରୌପ୍ୟ ଓ ବ୍ରୋଞ୍ଚ ପଦକ ଜିତୁଥିଲେ ହେଁ ସ୍ବର୍ଣ୍ଣ ପଦକ ହାସଲ କରିବାରେ ବିଫଳ ହେଉଥିଲା । ମାତ୍ର ଚୀନରେ ଚାଲିଥିବା ଏସୀୟ କ୍ରୀଡା ପ୍ରତିଯୋଗିତାରେ ଅଶ୍ବଚାଳନାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତ । ଅଶ୍ବଚାଳନାର ଡ୍ରେସଏଜ୍ ଇଭେଣ୍ଟରେ ଭାରତ ଏହି ପଦକ ଜିତିଥିବା ବେଳେ ଚୀନ ରୌପ୍ୟ ଏବଂ ହଙ୍କ ବ୍ରୋଞ୍ଚ ପଦକ ପାଇଛି । ଡ୍ରେସଏଜ୍ ଇଭେଣ୍ଟରେ ଭାରତର ଏହା ପ୍ରଥମ ସ୍ବର୍ଣ୍ଣ ପଦକ । ଏହି ଇଭେଣ୍ଟ ପାଇଁ ଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଅନୁଶ ଗାରୱାଲ୍ଲା ଓ ଦିବ୍ୟାକରିତି ସିଂହଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା । ପୂର୍ବରୁ 1982ରେ ଭାରତ ଅଶ୍ବଚାଳନାରେ ତିନୋଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲା ।

LEAVE A REPLY

Please enter your comment!
Please enter your name here