ଭୁବନେଶ୍ୱରରେ ତାତିଲେ ଲୋକେ । ଗାଡି ଉପରୁ ଜରିମାନା ନେଇ ଭୁବନେଶ୍ୱରରେ ତାତିଲେ ଲୋକେ । ସରକାରୀ ଗାଡିକୁ ଛାଡି ଦିଆଯାଉଥିବା ଅଭିଯୋଗ କରି ତାତିଲେ । ପୋଲିସ ଗାଡି ସହ ୩ଟି ଗାଡିର କାଗଜପତ୍ର ଠିକ୍ ନଥିବା ଅଭିଯୋଗ କରିଲେ ଲୋକେ । ରାଜମହଲ ଛକରେ ୩ଟି ଗାଡି ଅଟକାଇ ଲୋକଙ୍କ ହୋ ହଲ୍ଲା । ରାସ୍ତା ଉପରେ ଗାଡି ଅଟକ, ହୋ ହାଲ୍ଲା ପାଇଁ ଯାତାୟତ ପ୍ରଭାବିତ ହୋଇଛି । ମୋ ବସ୍, ବିଏମସି ଗାଡି ଓ ପୋଲିସ ଗାଡି ଅଟକାଇଛନ୍ତି ଲୋକେ । ମୋ ବସ୍ ଓଭରଲୋଡ ଓ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି ନଥିବା ଅଭିଯୋଗ । ବିଏମସି ଗାଡି ଓ ପୋଲିସ ଭ୍ୟାନରେ କାଗଜପତ୍ର ନଥିବା ଅଭିଯୋଗ । ଲୋକଙ୍କ ଆକ୍ରୋଶ ଦେଖି ବିଏମସି ଗାଡି ଛାଡି ଡ୍ରାଇଭର ଚମ୍ପଟ ।

LEAVE A REPLY

Please enter your comment!
Please enter your name here