ରାଜ୍ୟରେ ମହାସମାରୋହରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ସଦର ମହକୁମାରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ଓ ଜିଲ୍ଲାପାଳ । ସାଧାରଣତନ୍ତ୍ର ଦିବସ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଦିଲ୍ଲୀ ରାଜପଥ ପରେଡରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୁଖ୍ୟଅତିଥି ଭାବେ ଯୋଗଦେଲେ ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋ । ଉପରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଷ୍ଟ୍ରନେତା ସାମିଲ । ଚିତ୍ତାକର୍ଷକ ପରେଡ ଦେଖିବାକୁ ଦିଲ୍ଲୀ ରାଜପଥ ଲୋକାରଣ୍ୟ ।
ସେହିପରି ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ । ରାଜ୍ୟସ୍ତରୀୟ ଉତ୍ସବରେ ପତ୍ତାକା ଉତ୍ତୋଳନ କଲେ ରାଜ୍ୟପାଳ । ପ୍ରଥମ ଥର ପାଇଁ ବିଶେଷ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗାରଙ୍ଗ ପରେଡ ଉତ୍ସବରେ ୪୮ଟି ଟିମ୍ ର ଅଂଶଗ୍ରହଣ ।

LEAVE A REPLY

Please enter your comment!
Please enter your name here