କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ନିକଟ ଅଳାବାଙ୍କ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଘଟଣାସ୍ଥଳରେ 5 ଜଣ ମୃତ୍ୟୁ ବରଣ କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ରୟାଲ୍ସ ଏକାଡେମୀ ନାମକ ଏକ ଡ୍ୟାନ୍ସ ଗ୍ରୁପର ସଦସ୍ୟମାନେ ପାଣିକୋଇଲିକୁ ଯାତ୍ରା ଦେଖିବାକୁ ଯାଇଥିଲେ. ଫେରିବା ସମୟରେ ରାତି ପ୍ରାୟ 1.30 ମିନିଟ ସମୟରେ କାରଟି ହାଇୱେ କଡରେ ଥିବା ଏକ ଗାଡିକୁ ଧକ୍କା ଦେଇଥିଲା.  ମାତ୍ର ବିଳମ୍ବିତ ରାତିରେ ଏହା ଘଟିଥିବାରୁ କିଏ କାହାକୁ ଧକ୍କା ଦେଇଛି ତାହା ସ୍ପଷ୍ଟ ହୋଇପାରିନାହିଁ. ତେବେ ମୃତ 5 ଜଣଙ୍କ ମଧ୍ୟରୁ 4 ଜଣଙ୍କ ପରିଚୟ ମିଳିପାରିଥିବା ବେଳେ ଅନ୍ୟ ମୃତକଙ୍କ ପରିଚୟ ମିଳିପାରିନାହିଁ. ସେହିପରି ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କ ପରିଚୟ ମିଳିଥିବା ବେଳେ    ପ୍ରଥମେ କେନ୍ଦ୍ରାପଡା ଚିକିତ୍ସାଳୟ ଓ ବର୍ତ୍ତମାନ କଟକ ବଡମେଡିକାଲ୍ ସ୍ଥାନାନ୍ତର କରାଯାଇଛି. ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here