ରାଜ୍ୟରେ ପ୍ରଚଳିତ ଥିବା ‘ଗାର୍ଡ ଅଫ୍ ଅନର’ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ଓ ଅଫିସରଙ୍କୁ ଗାର୍ଡ଼ ଅଫ ଅନର ଦିଆଯିବନାହିଁ । କେବଳ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସରେ ନିମନ୍ତ୍ରିତ ଅତିଥିଙ୍କୁ ‘ଗାର୍ଡ ଅଫ୍ ଅନର’ ଦିଆଯିବ । ଚଳିତ ବର୍ଷ ଠାରୁ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରଣ କରାଯାଇଥିବା ମୁଖ୍ୟ ଅତିଥିମାନଙ୍କୁ ‘ଗାର୍ଡ ଅଫ୍ ଅନର’ ଦିଆଯିବ । କିନ୍ତୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ଅଫିସରମାନଙ୍କୁ ‘ଗାର୍ଡ ଅଫ୍ ଅନର’ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ଲୋକାୟୁକ୍ତ, ପ୍ରଧାନମନ୍ତ୍ରୀ, ସୁପ୍ରିମ କୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି ଲାଗୁ ହେବ । ପୂର୍ବରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ଅଫିସରମାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ‘ଗାର୍ଡ ଅଫ୍ ଅନର’କୁ ଉଚ୍ଛେଦ କରାଯାଇଛି ।