କିଛିଦିନର ନିରବତା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜିବ ବିଶ୍ୱାଳ । ସେ ବର୍ତ୍ତମାନ ପାଇଁ କଂଗ୍ରେସରେ ଥିବା କଥା ସ୍ପଷ୍ଟ କରିଛନ୍ତି । କୌଣସି ବି ଦଳ ତାଙ୍କୁ ଟଙ୍କା ଜାଚିବା କଥାକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି ରଞ୍ଜିବ । ଟି୍ରପଲ ତଲାକ ବିଲ୍ ଆଗତବେଳେ ରାଜ୍ୟସଭାରେ ଅନୁପସ୍ଥିତ ରହିବାନେଇ ସେ ପୂର୍ବରୁ ଅନୁମତି ନେଇଥିବା କହିଛନ୍ତି । ତେବେ ଧାରା ୩୭୦ ଉଚ୍ଛେଦବେଳେ ସେ ଗୃହରେ ଉପସ୍ଥିତ ଥିଲେ । ଏବେ କଂଗ୍ରେସ ବିପର୍ଯ୍ୟୟର ସାମ୍ନା କରୁଛି । ତେବେ ବର୍ତ୍ତମାନ ସମୟରେ ସବୁ ବିଶ୍ୱାସ ଯୋଗ୍ୟ ନେତାଙ୍କୁ ଏକଜୁଟ୍ ହେବାର ସମୟ ଆସିଛି ବୋଲି ରଞ୍ଜିବ କହିଛନ୍ତି । ରାଜ୍ୟ ସଭାରେ ଟ୍ରିପଲ ତଲାକ୍ ବିଲ୍ ଆଗତ ବେଳେ ଅନୁପସ୍ଥିତ ଥିଲେ ରଞ୍ଜିବ । ଯାହାଫଳରେ ରଞ୍ଜିବ କଂଗ୍ରେସ ଛାଡିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

LEAVE A REPLY

Please enter your comment!
Please enter your name here