ରାଜ୍ୟରେ କରୋନା ଦୈନିକ ସଙ୍କ୍ରମଣ ଏବଂ ମୃତ୍ୟୁରେ ସର୍ବକାଳୀନ ରେକର୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଙ୍କ୍ରମଣରେ ଯାଇଛି ୨୨ ଜଣଙ୍କର ଜୀବନ । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ଅନୁଗୁଳରୁ ୩, କଳାହାଣ୍ଡି, କେନ୍ଦ୍ରାପଡା, ରାୟଗଡା ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିଭଳି ବଲାଙ୍ଗୀର , ବୌଦ୍ଧ, କଟକ ଏବଂ ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତି, ଗଞ୍ଜାମ ଏବଂ କନ୍ଧମାଳରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ସଙ୍କ୍ରମିତଙ୍କ ସଂଖ୍ୟାରେ ମଧ୍ୟ ରେକର୍ଡ । ଆଜି ବି ରେକର୍ଡ ସଂଖ୍ୟକ ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨,୩୯୦ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଏହି ସର୍ବାଧିକ ହାର ସହ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୯ ହଜାର ୬୮୭କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୨୦୧ ଜଣ ରହିଛନ୍ତି । ସୁନ୍ଦରଗଡରେ ସଂଖ୍ୟା ରହିଛି ୮୮୨ । କଟକ-୭୧୯, ସମ୍ବଲପୁର-୬୭୭, ଅନୁଗୁଳ-୫୩୨, ବରଗଡ-୫୦୭, ମୟୂରଭଞ୍ଜ-୪୮୦, ପୁରୀ-୪୬୯, ବଲାଙ୍ଗୀର-୪୬୧, ଯାଜପୁର-୪୩୬, ଝାରସୁଗୁଡା-୪୧୩, ଭଦ୍ରକ-୪୧୨, ଗଞ୍ଜାମ-୩୮୭, ନବରଙ୍ଗପୁର-୩୬୨, ଷ୍ଟେଟପୁଲରୁ ୩୫୨ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ ୧ ଲକ୍ଷ ୪ ହଜାର ୧୬ ରହିଛି ।

LEAVE A REPLY

Please enter your comment!
Please enter your name here