ଜୀବନକୁ ଭଲ ପାଉଥିବା ଯୁବତୀ ମୃତ୍ୟୁ ସହ ଲଢି ଲଢି ହାରିଯାଇଛନ୍ତି । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ କରୋନାରେ ତାଙ୍କର ମୃତ୍ୟୁ ଘଟିଛି । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ସେହି ଯୁବତୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମୋନିକା ଲଙ୍ଗେହେ । ଜୀବନକୁ ନେଇ ବେଶ୍ ସକରାତ୍ମକ ଥିବା ଏହି ଯୁବତୀଙ୍କର ଭିଡିଓ କିଛି ଦିନ ହେବ ବେଶ୍ ଭାଇରାଲ ହୋଇଥିଲା । ତାଙ୍କୁ ଆଇସିୟୁ ଦରକାର ଥିଲା । କିନ୍ତୁ ମିଳିନଥିଲା । ତଥାପି ତାଙ୍କର ମନୋବଳ ଦୃଢ ଥିଲା । ସେ ନିଶ୍ଚିତ ବଞ୍ଚିବେ । ବେଡରେ ଥାଇ ଲଭ ୟୁ ଜିନ୍ଦେଙ୍ଗି ଗୀତ ଶୁଣୁଥିଲେ । ଡାକ୍ତର ଏହି ଭିଜୁଆଲଟିକୁ ଟୁଇଟ କରିବା ପରେ ତାହା ବହୁତ ଭାଇରାଲ ମଧ୍ୟ ହୋଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ଅନେକ ଚେଷ୍ଟା ପରେ ବି ଏହି ଯୁବତୀଙ୍କର ପରଲୋକ ହୋଇଛି ।

LEAVE A REPLY

Please enter your comment!
Please enter your name here