ବହୁ ପ୍ରତିକ୍ଷିତ ଏବଂ ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲ୍ ଲୋକସଭାରେ ଜୁଲାଇ ୨୧ରେ ପାସ ହେବାପରେ ଆଜିଥିଲା ରାଜ୍ୟସଭା ପାଳି । ଶାସକ ବିଜେପିର ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିବାରୁ ଟ୍ରିପଲ ତଲାକ ବିଲ୍ ପାସ କରିବାରେ କିଛି ଅସୁବିଧା ହୋଇନଥିଲା କିନ୍ତୁ ରାଜ୍ୟସଭାରେ ବିଲ୍ ପାସ କରିବା ପାଇଁ ଶାସକ ଦଳକୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କେନ୍ଦ୍ର ସରକାରଙ୍କ ପାଇଁ ତିନି ତଲାକ ବିଲ୍ ରାଜ୍ୟସଭାରେ ପାରିତ କରିବା ଏକ ବଡ ଚ୍ୟାଲେଞ୍ଜ ହୋଇଥିଲା କାରଣ ଏହି ବିଲକୁ ଜେଡିୟୁର ସମର୍ଥନ ମିଳିନଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ ଉପସ୍ଥାପନ କରି କହିଛନ୍ତି ଏହି ବିଲକୁ ରାଜନୈତିକ ଦୃଷ୍ଟିକୋଣରୁ ନଦେଖିବା ପାଇଁ ସମସ୍ତ ସାଂସଦ ମାନଙ୍କୁ ଅନୁରୋଧ କରିଥିଲେ । ମୋଦି ସରକାରଙ୍କ ପାଇଁ ଏହି ବିଲ୍ ସବୁଠୁ ବଡ ବିଜୟ । ଟ୍ରିପଲ ତଲାକ ବିଲରେ ୯୯ ଜଣ ସାଂସଦ ମତଦାନ କରିଥିଲେ । ଏହି ବିଲ ବିପକ୍ଷରେ ୮୪ ଜଣ ସାଂସଦ ତାଙ୍କର ମତ ରଖିଥିଲେ । ଏହି ଟ୍ରିପଲ ତଲାକ ବିଲ ପୂର୍ବରୁ ରାଜ୍ୟସଭାରେ ପାରିିତ ହୋଇପାରି ନଥିଲା କିନ୍ତୁ ରାଜ୍ୟସଭାରେ ସୂଚନା ଅଧିକାର ଆଇନ ବିଲ୍ ର ସଂଶୋଧନ ବିଧେୟକ ପାରିତ ହେବା ପରେ ମୋଦି ସରକାର ଟ୍ରିପଲ ତଲାକ ବିଲ୍ ରାଜ୍ୟ ସଭାରେ ପାରିତ କରିବାକୁ ସ୍ଥିର କରିଥିଲେ । ଏହି ଟ୍ରିପଲ ତଲାକ ବିଲ୍ କୁ ବିରୋଧ କରି ଜେଡିୟୁର ସାଂସଦ ମାନେ ପ୍ରଥମରୁ ଗୃହ ତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here