ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ୩ ଟଙ୍କା ଭାଟ୍ ହ୍ରାସ କରାଯାଇଛି ବୋଲି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି । ୫ ତାରିଖ ମଧ୍ୟରାତ୍ରରୁ ଏହା ଲାଗୁ ହେବ । ଭାଟ୍ କମାଇବା ପାଇଁ ରାଜ୍ୟସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପଟେ ସାଧାରଣ ଜନତାଙ୍କୁ କାଲି ବଡ ଆଶ୍ୱସ୍ତି ମିଳିଛି । ପେଟ୍ରୋଲ ଏବଂ ଡିଜେଲ ଦର କମାଇଛି କେନ୍ଦ୍ର । ପେଟ୍ରୋଲ ଉତ୍ପାଦ ଶୁକ୍ଳ ଲିଟର ପିଛା ୫ଟଙ୍କା ଆଉ ଡିଜେଲ ଲିଟର ପିଛା ୧୦ ଟଙ୍କା କମିଯାଇଛି । ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁକ୍ଳ ହ୍ରାସ କରିଥିବାରୁ ଏହି ଦୁଇ ଇନ୍ଧନର ଦାମ ଏବେ କମିଛି । ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୮୩ ପଇସା ରେ ପହଁଞ୍ଚିଛି । ସେହିଭଳି ଡିଜେଲ ଲିଟର ପିଛା ୧୦୦ ଟଙ୍କା ୨୪ ପଇସା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୪ ଟଙ୍କା ୯୧ ପଇସା ଥିବାବେଳେ ଡିଜେଲ ୯୪ ଟଙ୍କା ୫୧ ପଇସା ରହିଛି । କଟକରେ ପେଟ୍ରୋଲ ଦର ୧୦୫ ଟଙ୍କା ୨୯ ପଇସା ଥିବାବେଳେ ଡିଜେଲ ଦର ୯୪ ଟଙ୍କା ୮୮ ପଇସା ରହିଛି । ସମ୍ବଲପୁରରେ ପେଟ୍ରୋଲ ଦର ୧୦୫ ଟଙ୍କା ୬୨ ପଇସା ଥିବାବେଳେ ଡିଜେଲ ଦର ରହିଛି ୯୫ ଟଙ୍କା ୨୪ ପଇସା । ଜୟପୁରରେ ପେଟ୍ରୋଲ ଦର ୧୦୯ ଟଙ୍କା ୭୩ ପଇସା ଥିବାବେଳେ ଡିଜେଲ ଦର ରହିଛି ୯୯ ଟଙ୍କା ୨୧ ପଇସା ।

LEAVE A REPLY

Please enter your comment!
Please enter your name here