ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ ଉଦ୍ୟୋଗ(ପିଏସୟୁ) କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ସେମାନଙ୍କ ପାଇଁ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି ସରକାର। ଏହାଦ୍ୱାରା ମହଙ୍ଗା ଭତ୍ତା ୭ରୁ ୮ ପ୍ରତିଶତରେ ପହଞ୍ଚିଛି। ଗତ ଜୁଲାଇ ୧ରୁ ଏହା ପିଛିଲା ଭାବେ କାର୍ଯ୍ୟକାରୀ ହେବ । ଯେଉଁ ସରକାରୀ ଉଦ୍ୟୋଗଗୁଡିକ ସରକାରଙ୍କ ନିର୍ଦ୍ଧାରିତ ସର୍ତ୍ତ ପାଳନ କରିଥିବେ, ସେହି ଉଦ୍ଦ୍ୟୋଗର କର୍ମଚାରୀମାନେ ହିଁ ଏହି ମହଙ୍ଗା ଭତ୍ତା ଦ୍ୱାରା ଉପକୃତ ହୋଇପାରିବେ ବୋଲି ଜଣାପଡିଛି। ଏହି ସର୍ତ୍ତ ପୂରଣ କରି ନ ଥିବା ଉଦ୍ୟୋଗମାନେ ସେମାନଙ୍କର ପ୍ରଶାସନିକ ବିଭାଗ ଜରିଆରେ ସାଧାରଣ ଉଦ୍ୟୋଗ ବିଭାଗକୁ ବିଚାର ପାଇଁ ପଠାଇପାରିବେ।

LEAVE A REPLY

Please enter your comment!
Please enter your name here