ଆସନ୍ତା ଦୁଇ ଦିନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦିଆଯାଇଛି । ସାମୟିକ ଅସୁସ୍ଥତା ହେତୁ ମୁଖ୍ୟମନ୍ତ୍ରୀ ବିଶ୍ରାମ କରିବେ ବୋଲି ଜଣାପଡିଛି ।
ସୁଚନା ଅନୁସାରେ ଜ୍ୱର ଏବଂ ଥଣ୍ଡାରେ ଆକ୍ରାନ୍ତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସବୁ କାର୍ଯ୍ୟକ୍ରମ ଥିଲା, ତାହାକୁ ବାତିଲ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here