ଆଜିଠୁ ଦୁଇଦିନ ପାଇଁ ରାତିରେ ଖୋଲିବନି ପେଟ୍ରୋଲ ଟାଙ୍କି । ସଂଧ୍ୟା 6 ଟାରୁ ସକାଳ 6ଟା ଯାଏଁ ପେଟ୍ରୋଲ ଟାଙ୍କି ବନ୍ଦ ରହିବ । କେନ୍ଦ୍ର ସରକାର ଅଚାନକ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିବା ଯୋଗୁ ସେମାନଙ୍କୁ ଆର୍ଥିକ କ୍ଷତି କହିବାକୁ ପଡୁଛି ବୋଲି କହିଛନ୍ତି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ । ଏବେ ନିକଟରେ କେନ୍ଦ୍ର ସରକାର ପେଟ୍ରେଲ ଉପରୁ 9 ଟଙ୍କା ଓ ଡିଜେଲ ଉପରୁ 7 ଟଙ୍କା ଭାଟ୍ ହ୍ରାସ କରିଥିଲେ । ଫଳରେ ଜଣେ ଜଣେ ଡିଲରଙ୍କୁ ପ୍ରାୟ 8-10 ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଛି । ତେଣୁ ତୈଳ କଂପାନୀଗୁଡିକ ଦର ହ୍ରାସ ଜନିଚ କ୍ଷତି ଭରଣା କରିବା ପାଇଁ ଡିଲର୍ସ ଆସୋସିଏସନ ଦାବି କରିଛନ୍ତି । ଗ୍ରାହକଙ୍କୁ ଅସୁବିଧାରେ ନ ପକାଇବା ପାଇଁ ଦିନବେଳା ପେଟ୍ରୋଲ ଟାଙ୍କି ଖୋଲା ରହିବ । କିନ୍ତୁ ଟୋକନ ପ୍ରତିବାଦ ସ୍ବରୁପ ଆଜିଠାରୁ ଦୁଇଦିନ ସଂଧ୍ୟା 6ଟାରୁ ସକାଳ 6ଟା ଯାଏଁ ପେଟ୍ରୋଲ ଟାଙ୍କି ବନ୍ଦ ରଖିବାକୁ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here