ଶୋକାକୁଳ ପରିବେଶ ଭିତରେ ଶେଷ ହୋଇଛି ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କଟକ କାଳିଆବୋଦା ଶ୍ମଶାନରେ ପ୍ରକାଶଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟକରେ ଚା’ ବିକି ଗୁଜୁରାଣ ମେଣ୍ଟାଉଥିବା ଡି. ପ୍ରକାଶ ରାଓ ଗରିବ ବସ୍ତି ପିଲାଙ୍କୁ ପାଠ ପଢାଇ ଆସିଥିଲେ ଚର୍ଚ୍ଚାକୁ । ସମାଜ ସେବାକୁ ମାଧ୍ୟମ କରି ଅନେକ ପ୍ରଶଂସା ସାଉଁଟିଥିବା ଏହି ଦରଦି ମଣିଷଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଉତ୍ସର୍ଗୀକୃତ ସମାଜସେବା ପାଇଁ ସେ ପଦ୍ମଶ୍ରୀ ସମ୍ମାନରେ ସମାନିତ ହୋଇଥିଲେ । ଗରିବ ବସ୍ତି ପିଲାଙ୍କ ଭିତରେ ଶିକ୍ଷାର ଆଲୋକ ବୁଣି ଅନେକ ଜୀବନକୁ ନୂଆ ଦିଶା ଦେଖାଇଥିବା ପ୍ରକାଶ ଗତକାଲି ଜୀବନ ଯୁଦ୍ଧରେ ହାରିଯାଇଥିଲେ । ତାଙ୍କ ବିୟୋଗରେ ମୋଦି -ନବୀନଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here