ବିଧାନସଭାରେ ଆଗତ ହେଲା ବଜେଟ । ପ୍ରଥମଥର ପାଇଁ ବହି ବଦଳରେ ପେପରଲେସ୍ ଇ ବଜେଟ ଆଗତ କରାଗଲା । ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୧ ଲକ୍ଷ ୨୪ ହଜାର ୩୦୦ କୋଟି ଟଙ୍କାର ରାଜସ୍ୱ ଆୟ ପାଇଁ ଲକ୍ଷ୍ୟ ରଖାଯାଇଛି । ପଚିଶ ହଜାର କୋଟି ଟଙ୍କା ଋଣ ଆକାରରେ ଅଣାଯିବ ।
୬୫ ହଜାର ୬୫୫ କୋଟି ପ୍ରଶାସନିକ ବ୍ୟୟ ବରାଦ କରାଯାଇଛି ।
୭୪ ହଜାର କୋଟି ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବ୍ୟୟ କରାଯିବ ।
ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୨ ଶହ କୋଟି ଟଙ୍କା ଅଟକଳ କରାଯାଇଛି ।
କେନ୍ଦ୍ରୀୟ ଟିକସରୁ ରାଜ୍ୟକୁ ୩୨ ହଜାର କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି ।
ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି ।
କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭ ଶହ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଓଡିଶା ସର୍ବାଧିକ ଲୋକଙ୍କୁ ଦାରିଦ୍ର‌୍ୟ ମୁକ୍ତ କରିବାରେ ସଫଳ ହୋଇଛୁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଅବଢା ଯୋଜନାରେ 3208 କୋଟି ଟଙ୍କା ।

LEAVE A REPLY

Please enter your comment!
Please enter your name here