ଜୁଲାଇ 16 ଯାଏଁ ବଳବତ୍ତର ରହିବ ଆଂଶିକ ଲକ୍ ଡାଉନ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହା ଘୋଷଣା କରିଛନ୍ତି । ରାଜ୍ୟର 30 ଟି ଜିଲ୍ଲାକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । କମ୍ ସଂକ୍ରମିତ ଜିଲ୍ଲାକୁ ଏ କାଟାଗୋରୀ ରଖାଯାଇଛି ଏବଂ 20ଟି ଜିଲ୍ଲା ରହିଛି । ସେହିପରି ଅଧିକ ସଂକ୍ରମିତ ଥିବା 10ଟି ଜିଲ୍ଲାକୁ ବି କାଟାଗୋରୀରେ ରଖାଯାଇଛି । ସାରା ରାଜ୍ୟରେ ସଂଧ୍ୟା ଛ ଟାରୁ ସକାଳ ଛ ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । କୋଭିଡ କଟକଣା ଭିତରେ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ।
କାଟାଗୋରୀ ଏ ଅନ୍ତର୍ଗତ ଜିଲ୍ଲାରେ ସକାଳ 6ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ କୋଭିଡ କଟକଣା ଭିତରେ ଦୋକାନ ବଜାର ଖୋଲା ରହିବ । ସପିଂମଲ୍, ସ୍ପା, ପାର୍ଲର ଖୋଲାଯିବ ନାହିଁ । ସାପ୍ତାହିକ ହାଟ ଖୋଲିବ । ସପ୍ତାହାନ୍ତ ସଟ୍ ଡାଉନ ଉଠିଗଲା । ବସ ଚଳାଚଳ କରିବ ଏବଂ ଯେତିକି ସିଟ୍, ସେତିକି ଯାତ୍ରୀ ପରିବହନକୁ ଅନୁମତି ।
ବି କାଟାଗୋରୀରେ ଉପକୂଳବର୍ତ୍ତି ଦଶଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା – ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜ । ଏହିସବୁ ଜିଲ୍ଲାରେ ସକାଳ 6ଟାରୁ ଦିନ ଦୁଇଟା ଯାଏ ସମସ୍ତ ଦୋକାନବଜାର ଖୋଲା ରହିବ । ସପିଂମଲ୍, ସ୍ପା ଓ ସିନେମାହଲ୍ ବନ୍ଦ ରହିବ । ସାପ୍ତାହିକ ହାଟ ଓ ବଡ ହାଟ ବନ୍ଦ ରହିବ । ସପ୍ତାହାନ୍ତ ସଟ୍ ଡାଉନ୍ ରହିବ ।
ସମସ୍ତ ଦୋକାନ ଖୋଲିବାକୁ ସରକାର ଅନୁମତି ଦେବା ସହ ଯେପରି କୋଭିଡ ନିୟମ ଉଲ୍ଲଂଘନ ନ ହୁଏ, ଦୋକାନ ମାଲିକମାନେ ଦାୟିତ୍ବ ନେବେ । ନ ହେଲେ ଦୋକାନ ସିଲ୍ ଓ ଜୋରିମାନା ପାଇଁ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯାଇଛି ।
ସାରା ରାଜ୍ୟରେ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦେଲେ ସରକାର ।