ଲିଭର ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଣିକି ଲିଭର ଟ୍ରାନ୍ସପ୍ଲାଣ୍ଟର ଆଉ ଆବଶ୍ୟକ ପଡିବ ନାହିଁ । ରୋଗୀଙ୍କ ଶରୀରରେ ବିକଶିତ ହେବ ଲିଭର । ଏବଂ ଲିଭର ଖରାପ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକ ପଡିଥାଏ । ମାତ୍ର ଲାଷ୍ଟ ଷ୍ଟେଜରେ ଥିବା ରୋଗୀଙ୍କ ଦେହରେ ଏହା ସମ୍ଭବ ହୋଇପାରେନି । ବହୁ ସମୟରେ ମ୍ୟାଚ ହେଉଥିବା ଲିଭର ନମିଳିବାରୁ ରୋଗୀଙ୍କ ପ୍ରାଣ ଚାଲିଯାଏ । ତେଣୁ ଗବେଶକ ମଣିଷ ଦେହରେ ହିଁ ଲିଭର ବିକଶିତ କରିବାକୁ ଚେଷ୍ଟା କରୁଛନ୍ତି । ଡୋନେଟ୍ ହୋଇଥିବା ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଯୋଗ୍ୟ ହୋଇନଥିଲେ ମଧ୍ୟ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ସୁଯୋଗ ସୃଷ୍ଟି କରିପାରେ । ଏକ ନୂଆ ଉପାୟରେ ଶରୀରରେ ଆଉ ଏକ ନୂଆ ଲିଭରର ବିକଶିତ ହୋଇପାରିବ । ଏପରିକି ଥରେ କି ଦୁଇ ଥର ନୁହେଁ ୫ ଥର ଲିଭର ବିକଶିତ ହୋଇପାରିବ । ବିଶ୍ୱରେ ପ୍ରଥମଥର ପାଇଁ ହେଉଛି ମଣିଷ ଉପରେ ଟ୍ରାଏଲ । ତେବେ ଖୁବଶୀଘ୍ର କିଛି ସ୍ୱେଚ୍ଛାସେବୀଙ୍କ ଦେହରେ ଏହା ଟ୍ରାଏଲ କରାଯିବ । ଏହି ପ୍ରକ୍ରିୟାରେ ଡୋନରଙ୍କ ଲିଭରର ସେଲକୁ ରୋଗୀର ଲିମ୍ଫ ନୋଡ୍ସରେ ଇନଜେକ୍ଟ କରାଯିବ । ଏହାଦ୍ୱାରା ନୂଆ ଅଙ୍ଗ ବିକଶିତ ହୋଇପାରେ । ଶେଷ ଷ୍ଟେଜରେ ଥିବା ଲିଭର ରୋଗରେ ପିଡିତ ୧୨ ଜଣ ବୟସ୍କଙ୍କ ଉପରେ ଏହାର ଟ୍ରାଏଲ କରାଯିବ । କେବଳ ଗୋଟିଏ ଲିଭରରୁ ୭୫ରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯାଇପାରିବ ବୋଲି ଗବେଶକମାନେ ଆଶା ରଖିଛନ୍ତି । ପୂର୍ବରୁ ଏହି ପରୀକ୍ଷଣ ଘୁଷୁରୀ ଏବଂ ମୂଷାଙ୍କ ଦେହରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here