ଆଜି ରାଜ୍ୟରେ ସର୍ବାଧିକ ୩୦ ଜିଲ୍ଲାରୁ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୩୭୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୫୩ ଏବଂ ଲୋକାଲ କେସ୍ ରହିଛି ୧୩୧୮ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୮୭ ହଜାର ୬୦୨କୁ ବୃଦ୍ଧି । କରୋନାରୁ ସୁସ୍ଥ ହେଲେଣି ୫୯,୪୭୦ ଏବଂ ଆକ୍ଟିଭ୍ କେସ୍ ରହିଛି ୨୭,୬୩୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୫୭, ଗଞ୍ଜାମ-୧୯୬, ଯାଜପୁରରୁ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର-୯୮, ଅନୁଗୁଳ-୬୩, ବରଗଡ-୯୮, ଭଦ୍ରକ-୧୧୪, ବଲାଙ୍ଗୀର-୭୬, ବୌଦ୍ଧ-୪, ଦେଓଗଡ-୮, ଢେଙ୍କାନାଳ-୬୭, ଗଜପତି-୪୧, ଜଗତସିଂହପୁର-୯୫, ଝାରସୁଗୁଡା-୯୩, କଳାହାଣ୍ଡି-୨୮, କନ୍ଧମାଳ-୪୧, କେନ୍ଦ୍ରାପଡା-୭୬, କେନ୍ଦୁଝର-୭୪, କୋରାପୁଟ-୯୧, ମାଲକାନଗିରି-୧୩୪, ମୟୂରଭଞ୍ଜ-୯୨, ନବରଙ୍ଗପୁର-୬୫, ନୟାଗଡ-୧୭୧, ନୂଆପଡା-୧୫, ପୁରୀ-୧୪୪, ରାୟଗଡା-୧୪୬, ସମ୍ବଲପୁର-୧୦୭, ସୋନପୁର-୩, ସୁନ୍ଦରଗଡରୁ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସମ୍ବଲପୁର ଓ ସୁନ୍ଦରଗଡରୁ ସର୍ବାଧିକ ୩ ଜଣ ଲେଖାଏଁ ଆଖି ବୁଜିଛନ୍ତି । କଟକ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏଁ ଆଖି ବୁଜିଛନ୍ତି । କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୪୧କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here