ବର୍ଷକର ଆହାର ଉପରେ ପାହାର ଦେଇଛି ଅଦିନିଆ ବର୍ଷା । ଖଳାରେ ବତୁରି ଯାଇଛି ଦାନା ପାଣି । ଏ ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦରର ଧାନ ମଣ୍ଡି । ବିଲରେ ଅମଳ କରି ଖଳାରେ ରଖିଥିବା ଧାନ ସବୁ ବର୍ଷାରେ ଭିଜି ଯାଇଛି । ଟଣା ଯାଇଥିବା ଜରି ପାଲ ମଧ୍ୟ ଯଥେଷ୍ଟ ନୁହେଁ । ଧାର କରଜ କରି ଚାଷ କରିଥିବା ଚାଷୀ ଏଥର ଘାଟା ସହିବାର ଆଶଙ୍କା କରିଛନ୍ତି । ଆଜିକୁ ପ୍ରାୟ ୧୦ରୁ ୧୫ ଦିନ ଧରି ମଣ୍ଡିରେ ୧୦ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ ପଡି ରହିଛି । ଧାନର ସୁରକ୍ଷା ପାଇଁ ଆରଏମସି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାବେଳେଧାନ ପକେଇବାର କିଛି ଘଣ୍ଟା ପରେ ଟୋକନ ଉଭାନ ହୋଇଯାଇଛି । ସେପଟେ ପାଣିପାଗ ବିଭାଗ କହିଛି , ରାଜ୍ୟରେ ୯ତାରିଖ ପର‌୍ୟ୍ୟନ୍ତ ଝିପ୍ ଝିପ୍ ବର୍ଷା ସହ କୋହଲା ପାଗ ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏବେ ଧାନକୁ ନେଇ ଚାଷୀମାନେ ଭାଙ୍ଗିପଡିଥିବାବେଳେ , ଆଉ କିଛି ଦିନ ମଧ୍ୟରେ ଧାନ ନ ଉଠିଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here