ଶତ୍ରୁଙ୍କୁ ମାଟିରେ ମିଶାଇବା ପାଇଁ ଭାରତୀୟ ବାୟୁସେନା ନୂତନ ଯୋଜନା ତିଆରି କରିଛି। ବାୟୁସେନା ପ୍ରତିରକ୍ଷା ମନ୍ତ୍ରାଳୟକୁ ଅଧୂକ ରାଫେଲ ଯୁଦ୍ଧବିମାନ ପାଇଁ ଆବଶ୍ୟକତା ଜଣାଇଥିଲା। ଏହା ପରେ ମନ୍ତ୍ରାଳୟ 54ଟି ରାଫେଲ ଏବଂ 60ଟି SU-57 ଜେଟ କିଣିବାକୁ ସ୍ବୀକୃତି ଦେଇଛି। ଏହାସହିତ, ଖୁବଶୀଘ୍ର ବାୟୁସେନାକୁ 114ଟି ମଲ୍ଟି ରୋଲ୍ ଫାଇଟର ଏୟାରକ୍ରାଫ୍ଟ (MRFA) ମିଳିବ।

ଖୁବଶୀଘ୍ର ଫ୍ରାନ୍ସ ସରକାର ସହିତ ଏକ ନୂଆ ରାଫେଲ ଚୁକ୍ତି ହେବାର ସମ୍ଭାବନା ରହିଛି। MRFA ପ୍ରକଳ୍ପ ଅଧୀନରେ ଫାଇଟର ସ୍ମାର୍ଡନର ଅଭାବ ପୂରଣ ପାଇଁ ଭାରତୀୟ ବାୟୁସେନା ଅଧୂକ ରାଫେଲ କିଣିବାକୁ ଦାବି କରିଥିଲା। ଅପରେସନ ସିନ୍ଦୂରରେ ରାଫେଲର କାର୍ଯ୍ୟକ୍ଷମତା ପ୍ରମାଣିତ ହୋଇଛି—ପାକ୍ ଅଧୂକୃତ କାଶ୍ମୀରର ୨ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିବା ସହିତ ଶତାଧୂକ ଆତଙ୍କୀଙ୍କୁ ସମୂଳେ ନଷ୍ଟ କରାଯାଇଥିଲା। ବର୍ତ୍ତମାନ, IAF ନିକଟରେ 29ଟି ସ୍ମାର୍ଡନ ରହିଛି।

LEAVE A REPLY

Please enter your comment!
Please enter your name here