ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ ..’ର ଫାଇନାଲ ରାଉଣ୍ଡ ଆସନ୍ତା 20 ତାରିଖ ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହେବ I ତିନୋଟି ରାଉଣ୍ଡ ସବ ଜୁନିଅର, ଜୁନିଅର ଓ ସିନିୟର ରାଉଣ୍ଡରେ ହୋଇଥିବା ଅଡିସନ ରାଉଣ୍ଡ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀମାନେ ଫାଇନାଲ ରାଉଣ୍ଡରେ ଭାଗ ନେବେ I
ସବ ଜୁନିଅର ଗ୍ରୁପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନେ ହେଲେ ଆରୁଷ ମଲ୍ଲିକ, ଆଦିତ୍ୟ ପ୍ରସାଦ ସାହୁ, ଆଦିତ୍ୟ ରଥ, ଆହାନା ସ୍ବାଇଁ, ଅନୁଭବ ମହାନ୍ତି, ଆରବ ନାୟକ, ବିଶ୍ବଜିତ ଚମ୍ପତ୍ତି, ଦିଶାଶ୍ରୀ ସୁପକାର, ନଭ୍ୟା ନବନୀତା ସାହୁ, ପ୍ରତ୍ୟୁଷା ପ୍ରିୟଦର୍ଶିନୀ, ପୂଣ୍ୟତୋୟା, ସାଇ ଶ୍ରେୟାଂଶ ନାୟକ, ସାଇଶ୍ରୀ ସାହୁ, ସ୍ନେହାଶୀଷ ଦାସ, ସ୍ନିଗଧା ଶରଣ୍ୟା ସାମଲ, ସୌମ୍ୟଜିତ ସାମନ୍ତରାୟ ଓ ଶୁଭ ପ୍ରିୟଦର୍ଶିନୀ I
ଜୁନିଅର ଗ୍ରୁପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନେ ହେଲେ ଦେବାଶୀଷ ଦଳେଇ, ଦେବସ୍ମିତା ମଲ୍ଲିକ, ଧୃତିଦୀପା ପାତ୍ର, ଦିବ୍ୟାଶା ପଟ୍ଟନାୟକ, ନନ୍ଦିନୀ ତମନ୍ନା, ରାଜଶ୍ରୀ ପ୍ରିଯଦର୍ଶିନୀ, ସଂସ୍କୃତି ଶର୍ମା, ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ସୌମ୍ୟାଶ୍ରୀ ମହାନ୍ତି, ସ୍ବୀକୃତି ସାହୁ ଏବଂ ଅନ୍ବେଷା ଦତ୍ତ I
ସେହିପରି ସିନିୟର ଗ୍ରୁପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନେ ହେଲେ ଅଚ୍ୟୁତାନନ୍ଦ ବେଉରା, ଅଭିଷେକ ରାୟ, ଭୋଜରାଜ ସାମଲ, ଚିତ୍ତ ରଂଜନ, ଜ୍ୟୋତିରେଖା ପାତ୍ର, ପ୍ରଦୀପ୍ତ କୁମାର ମହାରଣା, ସନ୍ଦିପ କୁମାର ସାହୁ, ସତ୍ୟ ଶୁଭମ ପାତ୍ର, ସ୍ବୟମ ଆର୍ୟମ ବେହେରା ଏବଂ ଉପାସନା ପଟ୍ଟନାୟକ I
ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିବା ସମସ୍ତ ପ୍ରତିଯୋଗୀ ଆସନ୍ତା 20 ତାରିଖ ସଂଧ୍ୟା 5 ଟାରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ପହଞ୍ଚିବାକୁ ତକ୍ଷକ ଟିଭି ଆସୋସିଏଟ ଏଡିଟର ଯମୁନା ରାଉତରାୟ କହିଛନ୍ତି I

LEAVE A REPLY

Please enter your comment!
Please enter your name here