ରାଜ୍ୟରେ ମୋହନ ମାଝୀଙ୍କ ସରକାର ଶହେଦିନର ପୂର୍ତ୍ତି ପାଳନ କରୁଥିବା ବେଳେ ଭରତପୁର ଥାନା କଳଙ୍କର ଦାଗ ଲଗେଇ ଦେଇଛି । ଗତ 15 ତାରିଖରେ ରୋଡ୍ ରୋମିଓଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପୁଲିସ ବାବୁମାନଙ୍କ ଯୋଗୁ ମୋହନ ମାଝୀଙ୍କ ସରକାରକୁ ସାରାଦେଶରେ ନିନ୍ଦିତ ହେବାକୁ ପଡିଛି । ରାଜଧାନୀ ଭୁବନେଶ୍ବରରେ ପୁଲିସ ବାବୁମାନଙ୍କ ଏଭଳି ବର୍ବର ବ୍ୟବହାର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପରିଣାମ ବୋଲି ବିରୋଧୀ ଆକ୍ଷେପ କରିଛନ୍ତି । ଉଭୟ ବିଜେଡି ଓ କଂଗ୍ରେସ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ପି.ଏସ. ଶେଖାଓ୍ୱତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଭରତପୁର ଥାନାରେ ଭାରତୀୟ ସେନାର ଜଣେ ମେଜର ଓ ତାଙ୍କୁ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣା ପୋଲିସ ବର୍ବରତାର ସବୁ ସୀମା ଟପି ଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି । ଜାତୀୟସ୍ତରରେ ଭରତପୁର ଥାନା ଘଟଣାକୁ ନେଇ ତୀବ୍ର ଉଦବେଗ ପ୍ରକାଶ ପାଇଥିବା ବେଳେ ପୋଲିସ ଡିଜି କେବଳ ଥାନା ଅଧିକାରୀ ଓ କିଛି ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏପରିକି ଭୁବନେଶ୍ବର ଡିସିପି ଏହି ଘଟଣାରେ ଥାନା ଅଧିକାରୀଙ୍କୁ ନିର୍ଦ୍ଦୋଷ ଏବଂ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିବାକୁ ଉଦ୍ୟମ କରିଛନ୍ତି ।

ଗତ 15 ତାରିଖରେ ବିଳମ୍ବିତ ରାତିରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ରୋଡ ରୋମିଓଙ୍କ ଦୁର୍ବୟବହାରର ଶୀକାର ହେବା ପରେ ସେମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ । ମାତ୍ର ଥାନାରେ ସେମାନଙ୍କୁ ପୋଲିସ ନିର୍ଯାତନାର ଶୀକାର ହେବାକୁ ପଡିଲା । ଏମ୍ସ ହସପିଟାଲରେ ଚିକିତ୍ସିତ ହେଉଥିବା ପୀଡିତା ମେଜରଙ୍କ ବାନ୍ଧବୀ ଗଣମାଧ୍ୟମକୁ ଦେଇଥିବା କହିଥିଲେ, ପୋଲିସ ତାଙ୍କ ହାତ ଗୋଡ ବାନ୍ଧି ହାଜତରେ ଭର୍ତ୍ତି କରିଦେବା ସହ ତାଙ୍କ ଅନ୍ତଃବସ୍ତ୍ର ଖୋଲି ପ୍ରାଇଭେଟ ପାର୍ଟକୁ ଗୋଇଠା ମାରିବାକୁ ପଛାଇ ନ ଥିଲା ।

LEAVE A REPLY

Please enter your comment!
Please enter your name here