କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଏକ ସ୍ବତନ୍ତ୍ର କମିଟି ଗଠିତ ହୋଇ ଏହାର ବିସ୍ତୃତ ତଦନ୍ତ କରିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି କହିଛନ୍ତି, ଶବବ୍ୟବଚ୍ଛେଦ ପରେ ସବୁକିଛି ସାମ୍ନାକୁ ଆସିବ। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଭୀର ଶୋକ ପ୍ରକାଶ ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସୁଚନା ଅନୁଯାୟୀ ଗତକାଲି ଦେଢ଼ ବର୍ଷର ପିଲା ଆୟୁସ ସାହୁର ଦେହ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଚିକିତ୍ସା କରି ଶିଶୁଟିକୁ ଘରକୁ ପଠାଇ ଦେଇଥିଲେ । କିନ୍ତୁ ପରେ ଶିଶୁଟିର ମୃତ୍ୟ ହୋଇଥିଲା । ମୃତ ଶିଶୁର ବାପା ଜଣେ ଅଟୋ ଡ୍ରାଇଭର । ଶିଶୁର ମୃତ୍ୟୁ ପରେ ପରିବାର ବର୍ଗଙ୍କ ପକ୍ଷରୁ ହସ୍ପିଟାଲରେ ଭୁଲ ଚିକିତ୍ସା କରିଛନ୍ତି, ଭୁଲ ଇଞ୍ଜେକସନ୍ ଦିଆଯାଇଥିବା ହେତୁ ମୃତ୍ୟୁ ହୋଇଥିବା ବୋଲି ଅଭିଯୋଗ କରିଛନ୍ତି ।














