ଶେଷରେ ଶେଷ ହେବାକୁ ଯାଉଛି 13 ଦିନର ସସପେନ୍ସ । ଜୀବନ-ମୃତ୍ୟୁକୁ ନେଇ ଲାଗି ରହିଥିବା ଉତ୍ତରାଖଣ୍ଡ ଟନେଲ ସସପେନ୍ସ ର ଅନ୍ତଃ ଘଟିବାକୁ ଆଉ କିଛି ମୁହୂର୍ତ୍ତ ବାକି ରହିଛି । ଟନେଲ ଭିତରେ ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଟନେଲ ଭିତରେ ପାଇପ ଭିତର ଦେଇ ଷ୍ଟ୍ରେଚରରେ ଶ୍ରମିକଙ୍କୁ ବାହାରକୁ ଉଦ୍ଧାର କରାଯିବ । ଶେଷ ମୁହୂର୍ତ୍ତରେ ଉଦ୍ଧାର କାର୍ଯ୍ୟ ପହଞ୍ଚିଥିବା ବେଳେ ଡ୍ରୋନ ଜରିଆରେ ଭିତରେ ଫସି ରହିଥିବା ଶ୍ରମିକଙ୍କ ସ୍ଥିତି ଅନୁଧ୍ୟାନ କରାଯାଉଛି । ଅନ୍ୟପକ୍ଷରେ ଚିନ୍ତାରେ ଥିବା ଶ୍ରମିକଙ୍କ ପରିବାର ସଂପର୍କୀୟଙ୍କୁ ଏବେ ଉତ୍ତରାଖଣ୍ଡ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here