ଚାରିଦିନ ତଳେ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ସେଥିରୁ ଦୁଇଦିନ ହୋ-ହଲ୍ଲାରେ ଗଲା । ଆଦିବାସୀଙ୍କ ଜମି ବିକ୍ରି ଆଇନର ସଂଶୋଧନ ପ୍ରସ୍ତାବକୁ ନେଇ ତୁମ୍ବିତୋଫାନ କଲେ ବିରୋଧୀ । ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର ଦାବିରେ ଗୃହ ମୁଲତବୀ ରହିଲା । ମାତ୍ର ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ହେଲା ବେଳକୁ ଶୀତ ଅଧିବେସନକୁ ମୁଲତବୀ ଘୋଷଣା କରିଦିଆଗଲା । ଡିସେମ୍ବର 30 ତାରିଖ ଯାଏଁ ଅଧିବେଶନ ବସିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ହେଁ 26ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦେଲେ ବାଚସ୍ପତି । ଗୃହରେ ଆଲୋଚନା ପାଇଁ ପ୍ରସଙ୍ଗ ନ ଥିବାରୁ ଗୃହ କାର୍ଯ୍ୟକୁ ମୁଲତବୀ କରିବା ପାଇଁ ଶାସକ ଦଳ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା ।

ନିର୍ଦ୍ଧାରିତ କାର୍ଯ୍ୟ ଦିବସର ବହୁ ପୂର୍ବରୁ ଅଧିବେଶନକୁ ମୁଲତବୀ କରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । ରାଜ୍ୟ ସରକାର ମନମାନିରେ ବିଧାନସଭା ଚଳାଉଛନ୍ତି ଏବଂ ବିରୋଧୀଙ୍କ ସହ ପରାମର୍ଶ ନ କରି ଗୃହକୁ ବନ୍ଦ କରିଦେଇଛନ୍ତି ବୋଲି ବିରୋଧୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here