ଆସନ୍ତାକାଲି ସ୍ନାନଯାତ୍ରା । ସ୍ନାନବେଦୀକୁ ପହଣ୍ଡି କରିବେ ଶ୍ରୀଜିଉ । ମଙ୍ଗଳାର୍ପଣ ପରେ ସକାଳ ପାଞ୍ଚଟାରେ ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ସକାଳ ସାତଟା ସୁଦ୍ଧା ପହଣ୍ଡି ସାରିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ପହଣ୍ଡି ବିଜେ ପରେ ନୀତିକାନ୍ତି ଶେଷ ହେବା ପରେ 108 ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିବେ । ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହେବ । ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ ସିଂହଦ୍ବାର ଦେଇ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଅପରାହ୍ନରେ ଚେରାପହଁରା ପରେ ଶ୍ରୀଜିଉ ହାତୀବେଶ ହେବେ । ସଂଧ୍ୟା ସାଢେ ସାତଟାରୁ ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ ହେବ ।

LEAVE A REPLY

Please enter your comment!
Please enter your name here