ନିଳାଦ୍ରୀ ବିଜେ ପରଠାରୁ ଶ୍ରୀମନ୍ଦିରରେ ଠାକୁରଙ୍କ ବନକ ନୀତି ହୋଇପାରି ନାହିଁ । ବନକଲାଗି ନୀତି ବୁଧବାର କରିବା ପାଇଁ ଦତ୍ତ ମହାପାତ୍ର ସେବକମାନେ କହୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର ଦିନ କରିବାକୁ କହିବା ଯୋଗୁ ବିବାଦର ସୂତ୍ରପାତ ହୋଇଥିଲା । ଏଭଳି ଅବସ୍ଥା ହୋଇଥିଲା, ଗତ 40 ଦିନ ଧରି ଠାକୁରଙ୍କ ବନକଲାଗି ନୀତି ବନ୍ଦ ରହିଛି । ଶେଷରେ ଗତ ସପ୍ତାହରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିକରେ ବିବାଦର ସମାଧାନ ହୋଇଥିଲା । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ଅନୁଧ୍ୟାନ କରାଯିବା ପରେ ବୁଧବାର ଦିନ ବନକଲାଗି ନୀତି କରିବାକୁ ସ୍ଥିର କରାଯାଇଛି । ଆବଶ୍ୟ ହେଲେ ଏହା ଗୁରୁବାରକୁ ଘୁଞ୍ଚାଇବା ପାଇଁ ଷ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ । ତେବେ ଚାଳିଶ ଦିନ ପରେ ଆଶନ୍ତାକାଲି ଦ୍ବିତୀୟ ଭୋଗମଣ୍ଡପ ସରିବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସଂଧ୍ୟା 6ଟାରୁ ରାତି 11ଟା ଯାଏଁ ଦର୍ଶନ ବନ୍ଦ ରହିବ । ନିଳାଦ୍ରୀବିଜେ ପରଠାରୁ ଟାକୁରଙ୍କ ଶୃଙ୍ଗାର ନୀତି ହେଉ ନ ଥିବାରୁ ଠାକୁରଙ୍କ ମୁଖ ମଳିନ ପଡିଗଲାଣି ।

LEAVE A REPLY

Please enter your comment!
Please enter your name here