ଶ୍ରୀମନ୍ଦିର ଭିତରକୁ ଯିବା ପାଇଂ ପୋଷାକ ଗାଇଡ୍ ଲାଇନ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ତଥା ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଯାତ୍ରୀମାନଙ୍କୁ ପରାମର୍ଶ ବାର୍ତ୍ତା ପ୍ରଚାର କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଜାରି କରିଥିବା ପରାମର୍ଶରେ ପୁରୁଷ ଯାତ୍ରୀମାନେ ପ୍ୟାଣ୍ଟ ସାର୍ଟ, ଚୁଡଦାର-ପଞ୍ଜାବୀ, ଧୋତି -ପଞ୍ଜାବୀ ଭଳି ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । ସେହିପରି ମହିଳାମାନେ ଶାଢୀ, ସାଲଓ୍ବାର, ଗାଉନ୍ ଭଳି ପୋଷାକ ପରିଧାନ କରିପାରିବେ । ସାଧାରଣତଃ ଆଖିକୁ ଅଶୋଭନୀୟ ଦେଖାଉଥିବା ପୋଷାକ, ଦେହ ଦେଖାଯାଉଥିବା ଭଳି ପୋଷାକ, ହାଫପ୍ୟାଣ୍ଟ, ଫଟା ପ୍ୟାଣ୍ଟ-ସାର୍ଟ ଇତ୍ୟାଦି ପିନ୍ଧିକି
ଶ୍ରୀମନ୍ଦିର ପ୍ରବେଶ କରିବା ଉପରେ ବାରଣ କରାଯାଇଛି । ଆସନ୍ତା ଜାନୁଆରୀରୁ ଏହି ନିୟମ କଡାକଡି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହି ତିନିମାସ ପ୍ରଶାସନ ପକ୍ଷରୁ ପୋଷାକ ଗାଇଡଲାଇନ ସଂପର୍କରେ ବ୍ୟାପକ ପ୍ରଚାରପ୍ରସାର କରାଯିବା ସହ ଭକ୍ତ ତଥା ଯାତ୍ରୀଙ୍କୁ ସଚେତନ କରାଯିବ । ଏଥିପାଇଁ ପୁରୀର ସମସ୍ତ ହୋଟେଲ କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ସଚେତନ କରିବାକୁ ଚିଠି ଲେଖାଯାଇଛି ।

LEAVE A REPLY

Please enter your comment!
Please enter your name here