ପ୍ରତି ପଞ୍ଚାୟତରୁ ରାଜଧାନୀକୁ ଗଡିବ ଲକ୍ଷ୍ମୀ । ସାଧାରଣ ଲୋକେ ପଞ୍ଚାୟତରୁ ବଲ୍କ ମୁଖ୍ୟାଳୟ, ଜିଲ୍ଲା ହେଡକ୍ବାର୍ଟର ଏବଂ ରଜାଧାନୀକୁ ଅତି ସ୍ବଳ୍ପ ମୂଲ୍ୟରେ ଆରାମଦାୟକ ବସ୍ ସେବା ପାଇପାରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରୁ ଏହି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ମାଲକାନଗିରିର 111ଟି ପଞ୍ଚାୟତରୁ ବ୍ଲକ ହେଡକ୍ବାର୍ଟର ଓ ଜିଲ୍ଲା ହେଡକ୍ବାର୍ଟରକୁ ଲକ୍ଷ୍ମୀ ବସ୍ ଗଡିଛି । ବସ୍ ଭଡା ବି କମ୍ ରହିଛି । ମାତ୍ର ପାଞ୍ଚ ଟଙ୍କା ଦେଇ ପଞ୍ଚାୟତପ ବ୍ଲକ ମୁଖ୍ୟାଳୟକୁ ଲୋକେ ଆସିପାରିବେ । ସେହିପରି ଜିଲ୍ଲା ମୁଖ୍ୟାଳୟକୁ ଆସିବା ପାଇଁ ମାତ୍ର 10 ଟଙ୍କା ଦେବେ । ଦୂରତା ପାଇଁ ଭଡା ନୁହେଁ, ଲୋକଙ୍କ ପାଇଁ ଫ୍ଲାଟ୍ ରେଟ୍ ଧାର୍ଯ୍ୟ କରାଯାଇଛି । କେବଳ ସାଧାରଣ ବସ୍ ନୁହେଁ, ଏଶି ବସ୍ ସେବା ବି ଗାଁରେ ଉପଲବ୍ଧ ହେବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ଲକ୍ଷ୍ମୀ ଯୋଜନାର ବସ୍ ଭଡା ପ୍ରତି ପଂଚାୟତରୁ ବ୍ଲକ ମୁଖ୍ୟାଳୟ- 10 କିମି ପର୍ଯ୍ୟନ୍ତ ସାଧାରଣ ବସ୍ ଭଡା 5ଟଙ୍କା ଥିବା ବେଳେ 11 ରୁ 20 କିମିକୁ 10ଟଙ୍କା, 21ରୁ 40 କିମି ପର୍ଯ୍ୟନ୍ତ 15 ଟଙ୍କା ରଖାଯାଇଛି । ସେହିପରି 41 ରୁ 60 କିଲୋମିଟର ପର୍ଯ୍ୟନ୍ତ 25 ଟଙ୍କା ଓ 61 ରୁ 80 କିଲୋମିଟର ଯାଏଁ ଭଡ଼ା 30 ଟଙ୍କା ରଖାଯାଇଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବାକୁ ନେଇ ଘରୋଇ ବସମାଲିକମାନେ ପ୍ରମାଦ ଗଣିଲେଣି । ଯଦି ସୁଲଭ ମୂଲ୍ୟରେ ଲୋକେ ଆରାମଦାୟକ ସରକାରୀ ବସ୍ ସେବା ପାଇବେ, ତେବେ ଘରୋଇ ବସକୁ ଆଶିବେ କାହିଁକି । ଘରୋଇ ବସ୍ ମାଲିକଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେବ ବୋଲି କେତେକ ଘରୋଇ ବସ୍ ମାଲିକ ପ୍ରତିକ୍ରିୟା ଦେଇ କହିଛନ୍ତି । ଆଉ କେତେକ ଘରୋଇ ବସ୍ ମାଲିକ ଲକ୍ଷ୍ମୀ ଯୋଜନାରେ ସାମିଲ ହେବା ପାଇଁ ଚେଷ୍ଟା ଚଳେଇଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ବସ୍ ସେବା କେତେଦିନ ଚାଲିବ, ତାହା ଅବଶ୍ୟ ଭବିଷ୍ୟତ କହିବ ।

LEAVE A REPLY

Please enter your comment!
Please enter your name here