ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି। ଇଣ୍ଡିଆ ଟୁଡେ-ସିଭୋଟରଙ୍କ ‘ମୁଡ ଅଫ ଦି ନେଶନ’ ସର୍ଭେରେ ବଡ଼ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଆକଳନ ହୋଇଥିଲା। ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୀର୍ଷ ସ୍ଥାନରେ ରହିଛନ୍ତି। ଯାହାକୁ ନେଇ ବିରୋଧୀ ଚର୍ଚ୍ଚା କରୁଥିବା ବେଳେ ସାଧାରଣ ଜନତା କିନ୍ତୁ ବେଶ ଖୁସି ଅଛନ୍ତି। ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ସହ ସରକାରଙ୍କ ଅଭିନବ ଯୋଜନା ଗୁଡ଼ିକୁ ଦକ୍ଷତାର ସହ କାର୍ଯ୍ୟକାରୀ କରି ମାତ୍ର ୧୪ ମାସର ଶାସନରେ ମୁଖ୍ୟମନ୍ତ୍ରୀ ବେଶ ଲୋକପ୍ରିୟତା ସାଉଁଟିବା ସହ ଏହି ସଫଳତା ହାସଲ କରିଛନ୍ତି। ଦେଶର ଶ୍ରେଷ୍ଠ ଦଶଗୋଟି ମୁଖ୍ୟମନ୍ତ୍ରୀ ତାଲିକାରେ ବହୁ ପୁରୁଣା ଓ ଅଭିଜ୍ଞ ନେତାମାନଙ୍କୁ ପଛରେ ପକାଇ ଅଷ୍ଟମ ସ୍ଥାନରେ ରହିଛନ୍ତି ,ମାତ୍ର ୧୪ ମାସ ସରକାରର ମଙ୍ଗ ଧରିଥିବା ମୋହନ ଚରଣ ମାଝୀ । ୨୦୨୪ ନିର୍ବାଚନ ସମୟରେ ଦେଇଥିବା ସଙ୍କଳ୍ପ ପତ୍ରର ପ୍ରତିଶ୍ରୁତିକୁ ଗୋଟିକ ପରେ ଗୋଟିଏ ସଫଳତାର ସହ କାର୍ଯ୍ୟକାରୀ କରି ଥିବାରୁ ରାଜ୍ୟର ସବୁ ଶ୍ରେଣୀର ଲୋକମାନେ ବେଶ ଖୁସି ଅଛନ୍ତି ।

LEAVE A REPLY

Please enter your comment!
Please enter your name here