ନକଲି ଡାକ୍ତରଙ୍କୁ କିଏ ଦେଉଛି ସୁରକ୍ଷା ଓ କାହାର ବାହୁଛାୟା ତଳେ ଏହି ବଙ୍ଗୀୟ ଯୁବକ ଖୋଲିଛନ୍ତି କ୍ଲିନିକ୍ ଓ ନକଲି ଡାକ୍ତରଙ୍କ ସଂପର୍କରେ ପ୍ରଶାସନ ପାଖରେ ଖବର ନାହିଁ, ନା ଜାଣିଶୁଣି ଘଟଣାକୁ ଅଣଦେଖା କରୁଛନ୍ତି ଓ
ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରୁଛି ଓ କଲିକତାରୁ ଆସି ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଞ୍ଚାୟତରେ ବଙ୍ଗୀୟ ଯୁବକ ପ୍ରଦୀପ ଦା ଖୋଲିଛନ୍ତି କ୍ଲିନିକ ଓ ପ୍ଲସଟୁ ପଢିଛନ୍ତି ବୋଲି କ୍ୟାମେରା ଆଗରେ ସ୍ବୀକାର କରୁଥିବା ନକଲି ଡାକ୍ତରଙ୍କ କାରନାମା ସଂପର୍କରେ ପର୍ଦ୍ଦାଫାସ କରିଥିଲା ତକ୍ଷକ ଟିଭି ଓ କ୍ୟାମେରା ଆଗରେ ସତ ଓଗାଳିଥିଲେ ଯୁବକ ଓ କ୍ଲିନିକ ଭିତରେ ପେଟି ପେଟି ଔଷଧ ରଖି ଗାଁ ଗହଳ ଲୋକଙ୍କୁ ଭୁତେଇ ଆସୁଥିବା ଏହି ଡାକ୍ତର ଆମ କ୍ୟାମେରା ଟିମ୍ ଆଗରେ ହାତ ଯୋଡି ନେହୁରା ବି ହୋଇଥିଲେ ଓ ମାତ୍ର ଖବର ପ୍ରସାରଣ ପରେ ବି ଚୁପ୍ ରହିଛି ପ୍ରଶାସନ ଓ ଆମେ କେନ୍ଦ୍ରାପଡା ଜିଲ୍ଲାର ଡ୍ରଗ୍ସ ଇନସପେକ୍ଟର ଓ ସିଡିଏମଓଙ୍କୁ ଭେଟି ନକଲି ଡାକ୍ତରଙ୍କ ସଂପର୍କରେ ସୂଚନା ଦେଇଥିଲୁ ଓ ମାତ୍ର କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ ଏହି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ଏଥିରୁ ଜଣାପଡୁଛି, ନକଲି ଡାକ୍ତରଙ୍କ କାରନାମାର ପର୍ଦ୍ଦାଫାସ ପରେ ବି କେମିତି ମନ୍ଥର ଗତିରେ ଚାଲିଛି ସରକାର

LEAVE A REPLY

Please enter your comment!
Please enter your name here