ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ବିଦ୍ରୋହୀ । ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର 55 ଜଣ ବିଧାୟକଙ୍କ ମଧ୍ୟରୁ 38 ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଥିବା ସିନ୍ଦୋ ଘୋଷଣା କରିଛନ୍ତି । ଫଳରେ ମହାରାଷ୍ଟ୍ରରେ କ୍ଷମତାରେ ଥିବା ମହା ବିକାଶ ଅଘାଡି ମେଣ୍ଟ ଏମଭିଏ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଛି । ଏକନାଥ ସିନ୍ଦେ ଏ ସଂପର୍କରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିବା ସହ ଶିବସେନାର ଅବଶିଷ୍ଟ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛନ୍ତି । ଗତ ସପ୍ତାହେ ଧରି ଉଦ୍ଧବ ଠାକରେ ଓ ସିନ୍ଦେଙ୍କ ମଧ୍ୟରେ ବିଧାୟକଙ୍କ ସମର୍ଥନ ନେଇ ଲଢେଇ ଚାଲିଥିଲା । ଅନ୍ୟପକ୍ଷରେ ଉଦ୍ଧବ କହିଛନ୍ତି, ଆଇନଗତ ଲଢେଇ ପାଇଁ ସେ ପ୍ରସ୍ତୁତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here