ନବ ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚା ଆଜି ବିଧାନସଭା ଘେରାଉ କରିଛି । ଦଳୀୟ କାର୍ଯ୍ୟାଳୟରୁ ହଜାର ହଜାର କର୍ମୀ ବିଶାଳ ଶୋଭାଯାତ୍ରାରେ ଆସି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ବେଳେ ଜନସାଧାରଣଙ୍କୁ କି ସୁରକ୍ଷା ଦେବେ ବୋଲି ବିଜେପି ପ୍ରଶ୍ନ କରିଛି । କ୍ରାଇମବ୍ରାଞ୍ଚ ତଦନ୍ତ ମାସେ ହେଲାଣି ଚାଲିଥିଲେ ବି କିଛି ଠୋସ୍ ନିର୍ଯାସ ବାହାରିପାରିନି । ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ଦଳୀୟ ନେତାମାନେ କହିଛନ୍ତି ।

ବିଜେପି ଯୁବମୋର୍ଚ୍ଚାର ଏହି ବିଶାଳ ପ୍ରତିବାଦ ସମାବେଶରେ ଦଳୀୟ ବିଧାୟକ ଓ ରାଜ୍ୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here