ବ୍ରହ୍ମଗିରି ସାନବନ୍ଧ କେରା ଗାଁର ଚିତ୍ତରଂଜନଙ୍କ ମୃତ୍ୟୁକୁ ନେଇ ବିବାଦରେ ବିଜେଡିର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ସଞ୍ଜୟ ଦାସବର୍ମାଙ୍କ ବହିଷ୍କାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ସଞ୍ଜୟଙ୍କୁ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି । ଗତକାଲି ଚିତ୍ତରଂଜନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଚିତ୍ତରଂଜନ ପଲେଇ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଥିଲେ ଏବଂ ଗତ ରବିବାର ଦିନ ସେ ଏକ ଭୋଜିରେ ଯୋଗ ଦେବାକୁ ଯାଇଥିବା ବେଳେ ନିଖୋଜ ଥିଲେ । ଚିତ୍ତରଂଜନଙ୍କ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଏହା ପଛରେ ସଞ୍ଜୟ ଦାସବର୍ମାଙ୍କ ସଂପୃକ୍ତି ନେଇ ତାଙ୍କ ପରିବାର ଲୋକ ସିଧାସଳଖ ଅଭିଯୋଗ କରିଛନ୍ତି । ପୂର୍ବରୁ ଡାକ୍ତର ମାଧବୀଲତା ମୃତ୍ୟୁ ମାମଲାରେ ମଧ୍ୟ ସଞ୍ଜୟ ବିବାଦ ଘେରକୁ ଆସିଥିଲେ ।

ଅନ୍ୟପକ୍ଷରେ ସଞ୍ଜୟ ଦାସବର୍ମା ଆଜି ଚିତ୍ତରଂଜନଙ୍କ ଭଉଣୀ ଓ ଭିଣୋଇଙ୍କ ସହ ଯାଇ ପୁରୀ ଏସପିଙ୍କୁ ଭେଟିଛନ୍ତି । ଚିତ୍ତରଂଜନଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here