ଓମିକ୍ରନକୁ ନେଇ ବଢୁଛି ଚିନ୍ତା । ଗୋଟିଏ ପରେ ଗୋଟିଏ ଦେଶ ନୂଆ ଭାରିଆଣ୍ଟ କବଜାକୁ ଆସିଲେଣି । ବର୍ତ୍ତମାନ ସୁଦ୍ଧା ୭୭ ଦେଶରେ କାୟା ମେଲାଇଲାଣି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନର ଡିଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କହିଛନ୍ତି ଓମିକ୍ରନ ଏବେ ପ୍ରାୟ ସବୁ ଦେଶକୁ ବ୍ୟାପିଲାଣି । ଅନେକ ଦେଶରେ ଏହା ଚିହ୍ନଟ ହୋଇନାହିଁ । ଓମିକ୍ରନ ଦ୍ରୁତ ଗତିରେ ସଙ୍କ୍ରମିତ ହେଉଛି । ଆକ୍ରାନ୍ତ ଗୁରୁତର ନହେଲେ ବି ଅନେକ ଲୋକ ସଙ୍କ୍ରମିତ ହେଉଛନ୍ତି । ଏହା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେବ ବୋଲି ଡବ୍ଲ୍ୟୁଏଚଓ ଚେତାବନୀ ଦେଇଛି । କେବଳ ଭ୍ୟାକ୍ସିନ ନୁହେଁ, ମାସ୍କ, ସାମାଜିକ ଦୂରତା ଏବଂ ହାତ ଧୋଇବା ଉପରେ ଡବ୍ଲ୍ୟୁଏଚଓ ଡିଜି ଗୁରୁତ୍ୱ ଦେଇଛନ୍ତି । ବ୍ରିଟେନରୁ ଓମିକ୍ରନରେ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହି ଭାରିଆଣ୍ଟକୁ ନେଇ ଭୟ ଓ ସତର୍କତା ବଢିଛି । ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଓମିକ୍ରନ ଚିହ୍ନଟ ହୋଇଥିଲା ।
ବ୍ରିଟେନରେ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ । ବ୍ରିଟେନର ପ୍ରାୟ ୫୦୦୦ ଲୋକ ସଙ୍କ୍ରମିତ ହୋଇଥିବା ରିପୋର୍ଟ ଆସିଛି । ୧୦ଜଣ ଲୋକ ଏବେ ସୁଦ୍ଧା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭାରତରେ ଓମିକ୍ରନ ସଂଖ୍ୟା ୬୧ ରେ ପହଁଞ୍ଚିଛି । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here