ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସୁଧାରିବାପାଇଁ କେମିତି କାମ କରୁଛି ସ୍ୱାସ୍ଥ୍ୟ ବିଭାଗ । ଫାଇଭ ଟିରେ ଏହି ବିଭାଗ ସାମିଲ ହେବା ପରେ ବଦଳିଲାଣି କି ଡାକ୍ତରଖାନା କର୍ମଚାରୀଙ୍କ ଚରିତ୍ର । ଆସନ୍ତୁ ଯିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା । ଡାକ୍ତରଖାନାରେ ପ୍ରତିଦିନ ଯାହାସବୁ ହେଉଛି, ତାହା ଆପଣ ଜାଣିଲେ ଆଖି, କାନ ବନ୍ଦ କରିଦେବେ । ଜଣେ କେହି ସଚେତନ ବ୍ୟକ୍ତି ଏମିତି କିଛି ଅଭାବନୀୟ ଦୃଶ୍ୟର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିଛନ୍ତି । ଦୃଶ୍ୟଟି ହେଉଛି, ଡାକ୍ତରଖାନାରେ ରୋଗୀମାନଙ୍କୁ ନର୍ସଙ୍କ ବଦଳରେ ଜଣେ ସୁଇପର ଇଞ୍ଜେନକ୍ସନ ଦେଉଛନ୍ତି । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ମହିଳା ୱାଡରେ ରୋଗୀମାନଙ୍କୁ ଇଞ୍ଜେକକ୍ସନ ଦେଉଥିବା ମହିଳା ହେଉଛନ୍ତି ଜଣେ ଅସ୍ଥାୟୀ କର୍ମଚାରି । ସେ ଜଣେ ୱାଡେନ ଓ ସୁଇପର । ରୋଗୀମାନଙ୍କ ବେଡସିଟ୍ ବଦଳାଇବା, ମେଡିକାଲ ସଫା ସୁତୁରା କରାଇବା ଆଦି କାମ ହେଲା ତାଙ୍କର । ହେଲେ ତାଙ୍କୁ ଡାକ୍ତରଖାନା କତ୍ତୃପକ୍ଷ କେଉଁ କାମରେ ଲଗାଇଛନ୍ତି ଦେଖନ୍ତୁ ।

LEAVE A REPLY

Please enter your comment!
Please enter your name here