ରାଜ୍ୟରେ ପ୍ରଥମ ଓମିକ୍ରନ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଦେଶରୁ ଫେରିଥିବା ଜଗତସିଂହପୁରର ଜଣେ ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଥିଲା । କଟକର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଗତ 17 ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦଶଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି । ତେବେ ଆଉ ସପ୍ତାହେ ସେ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ବିଦେଶରୁ ଓଡିଶା ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ 18 ଜଣଙ୍କ ପାଖରେ କୋଭିଡ ପଜିଟିଭ୍ ବାହାରିଥିଲା । ତେବେ ସେମାନଙ୍କ ଭିତରୁ 8 ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ଏବଂ ଅନ୍ୟ 10 ଜଣ ଓମିକ୍ରନ ନେଗେଟିଭ ଥିଲେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here