ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁକୁ ମାସେ ପୁରିଛି । କିନ୍ତୁ ଏବେବି ମମିତାଙ୍କୁ ନ୍ୟାୟ ପାଇଁ ରାଜରାସ୍ତାରେ ବିରୋଧୀ ବିକ୍ଷୋଭ ଜାରି ରଖିଛନ୍ତି । ଆଜି ସବୁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରାଯିବା ସହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଗସ୍ତରେ ଯାଇଛନ୍ତି । ଏବଂ ସେଠାରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ । ମଞ୍ଚରେ ଉପସ୍ଥିତ ରହିଛନ୍ତି ଚର୍ଚ୍ଚିତ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଏହାକୁ କଡା ବିରୋଧ କରିଛନ୍ତି ବିରୋଧି ଦଳ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯିବାବେଳେ ଭୁବନେଶ୍ୱର ଏୟାରପୋର୍ଟରେ କଳାପତ୍ତାକା ପ୍ରଦର୍ଶନ କରିଥିଲେ ବିରୋଧୀ । ଏବଂ କଳାହାଣ୍ଡିରେ ମଧ୍ୟ ବିକ୍ଷୋଭ ଜାରି ରହିଛି । ଶିଶୁଭବନ ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି

LEAVE A REPLY

Please enter your comment!
Please enter your name here