ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ । ଗତକାଲି ରାତିରେ ସେ ଦିଲ୍ଲୀସ୍ଥିତ ଏମସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଜନିତ ରୋଗରେ ସେ ଆକ୍ରାନ୍ତ ଥିଲେ । ମୃତୁ୍ୟ ସମୟରେ ତାଙ୍କୁ ୬୭ ବର୍ଷ ବୟଷ ହୋଇଥିଲା । ୨୦୧୬ ରେ ସେ କିଡନୀ ପ୍ରତିରୋପଣ କରିଥିଲେ ମଧ୍ୟ ପ୍ରାୟତଃ ସୁସ୍ଥ ଥିଲେ । ଏପରିକି ଗତକାଲି ଲୋକସଭାରେ ଜମ୍ମୁକାଶ୍ମୀର ସମ୍ପର୍କିତ ବିଲ୍ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ହଟଠାତ୍ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ରାତି ପ୍ରାୟ ୧୦ଟା ୧୫ ମିନିଟରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିଛି ଦିନ ପରେ ଚିକିସôାଧିନ ଅବସ୍ଥାରେ ହିଁ ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗରେ ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ରୋଡରେ ଥିବା ସୁଷମାଙ୍କ ବାସଭବନକୁ ତାଙ୍କ ପାର୍ଥିବ ଶରୀର ଅଣାଯାଇଥିଲା । ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ,ପୂର୍ବତନ ପ୍ରଧାନମନ୍ତ୍ରୀ ମନୋମହନ ସିଂ ଆଦି ସୁଷମାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଠାରେ ତାଙ୍କ ଶେଷ ଦର୍ଶନ ଚାଲିଛି । ଆଜି ଅପରାହ୍ନରେ ତାଙ୍କ ମର ଶରୀରକୁ ଦିଲ୍ଲୀ ବିଜେପି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ତାଙ୍କୁ ଶେଷ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇ ଲୋଧି ରୋଡ ସ୍ଥିତ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ଏବେ ରାଜନୀତି ମାହୋଲରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here