ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲା । ରାୟଗଡା ଜିଲ୍ଲା ଆମ୍ବାଦଳା ଓ ଦହିଖାଲ ମଧ୍ୟରେ ରେଳ ଟ୍ରାକ ଧୋଇ ହୋଇଯିବା ଯୋଗୁଁ ରାୟଗଡା ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଏହି ରୁଟରେ ଚାରୋଟି ଟ୍ରେନକୁ ବାତିଲ କରାଯାଇଥିବାବେଳେ ୫ଟି ଦୁରଗ୍ରାମୀ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଭୁବନେଶ୍ୱରରୁ ଜୁନାଗଡ ଯାଉଥିବା ଲିଙ୍କ ଏକ୍ସପ୍ରେସ ଜୁନାଗଡ ଯାଇନପାରି ରାୟଗଡାରେ ଅଟକି ରହିଛି । ଟ୍ରେନ ଅଟକି ରହିଥିବା ଯୋଗୁଁ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀମାନେ ରାୟଗଡା ରେଳ ଷ୍ଟେସନରେ ପଡିରହି ହନ୍ତସନ୍ତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here