ସମଲିଙ୍ଗୀ ବିବାହକୁ ଆଇନଗତ ଓ ସାମାଜିକ ମାନ୍ୟତା ଦେବା ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନୁହେଁ । ଏହି ନିଷ୍ପତ୍ତି ସରକାର ନେଇପାରିବେ । ସମଲିଙ୍ଗୀ ବିବାହ ମୌଳିକ ଅଧିକାରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନରେ ପରିବର୍ତ୍ତନ କରିବାର କ୍ଷମତା ସଂସଦର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ 18 ଯୋଡି ସମଲିଙ୍ଗୀ କୋର୍ଟରେ ଆବେଦନ କରିଥିବା ବେଳେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ବିବାହକୁ ଅୁମତି ଦେବାକୁ ମନା କରିଦେଇଛନ୍ତି । ତେବେ ସମଲିଙ୍ଗୀ ଯୋଡି ଚାହିଁଲେ ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ବୋଲି କୋର୍ଟ କହିଛନ୍ତି ।
ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ସମଲିଙ୍ଗୀ ପ୍ରସଙ୍ଗ ଉପରେ ସରକାର ବିଚାର କରିବାର ଆବଶ୍ୟକ ରହିଛି । ଗାଁ ଠୁ ସହର ସବୁଠି ଏବେ ସମଲିଙ୍ଗୀ ବ୍ୟକ୍ତିମାନେ ସେମାନଙ୍କ ଅଧିକାର ହାସଲ ପାଇଁ ଦାବି କରୁଛନ୍ତି । ତେଣୁ କେନ୍ଦ୍ର ସରକାର ଏ ସଂପର୍କରେ ବିଚାର ପାଇଁ ଏଖ କମିଟି ଗଠନ କରିବାକୁ ସୁପ୍ରିକୋର୍ଟ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here