କୋଭିଡ୍ ପରଠୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ଯାଉନାହିଁ । ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଚାରିଦ୍ବାର ବନ୍ଦ ରଖିଥିବାରୁ ଏଙାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଆଜି କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ ପ୍ରଶାସନକୁ ଡେଡ୍ ଲାଇନ ଦିଆଯାଇଛି । ଆସନ୍ତା 28 ତାରିଖ ସୁଦ୍ଧା ଚାରିଦ୍ବାର ଖୋଲା ନ ଗଲେ ଭୟଙ୍କର ପରିସ୍ଥିତି ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ଏକ ବିଶାଳ ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ବିଧାୟକ ସୁର ରାଉତରାୟ, ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ସ୍ମାରକପତ୍ରରେ 28 ତାରିଖ ସୁଦ୍ଧା ଚାରିଦ୍ବାର ଖୋଲିବାକୁ ଦାବି କରାଯାଇଛି । ପୂର୍ବରୁ ମଧ୍ୟ ଜଗନ୍ନାଥ ସେନା ପକ୍ଷରୁ ଚାରିଦ୍ବାର ଖୋଲିବାକୁ ଦାବି କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସେ ଦାବିପତ୍ର ଗ୍ରହଣ କରିଛନ୍ତି । ଦାବିଗୁଡିକୁ ତର୍ଜମା କରିବା ପରେ ପ୍ରଶାସନ ନିଷ୍ପତ୍ତି ନେବ ।

LEAVE A REPLY

Please enter your comment!
Please enter your name here