ରାଜ୍ୟ ସରକାରଙ୍କ ବଡ ଘୋଷଣା! ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆସିଲା ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ୧୬ଟି ବିଶ୍ୱବିଦ୍ୟାଳୟ ଓ ୭୩୦ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ ଏହା ଶୀଘ୍ର ଚାଲୁ ହେବ।
ଶିକ୍ଷାନୁଷ୍ଠାନରେ ସ୍ଥାୟୀ “ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର” ସ୍ଥାପନ କରାଯିବ
ଏହା ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ ।
ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବରେ ପରିଚାଳନା କରିବେ।
ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବେ କାମ କରିବେ ।
“ଶକ୍ତି ଅପା” ପ୍ରତି ୩ ମାସରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ ।
ଛାତ୍ରୀଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଓ ଆଇନଗତ ଅଧିକାର ନେଇ ଶିକ୍ଷା ଦିଆଯିବ।
“ଶକ୍ତିଶ୍ରୀ ଆପ୍” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ ।
ଆପ୍ ମାଧ୍ୟମରେ ଆଇସିସି ସମ୍ପର୍କରେ ସୂଚନା ଦିଆଯିବ ।
ଆପରେ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ଫୋନ୍ ନମ୍ବର ରହିବ ।
ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ପରିଚୟକୁ ଗୋପନୀୟ ରଖି ଅଭିଯୋଗ କରିପାରିବେ ।
ଅଭିଯୋଗ ସିଧାସଳଖ Internal Commiteeର ଅଧ୍ୟକ୍ଷଙ୍କ ନିକଟରେ ପହଂଚିବ।
ଆପର SOS ବଟନକୁ ବ୍ୟବହାର କରି ଛାତ୍ରୀ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ଓ ସାହାଯ୍ୟ ପାଇପାରିବେ ।
ଆପରେ ଜିଲ୍ଲା ଲୋକାଲ୍ କମିଟି ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ରହିବ ।
ଛାତ୍ରୀ ଅଭିଯୋଗ ସମ୍ପର୍କରେ ଲୋକାଲ୍ କମିଟିକୁ ଅବଗତ କରାଇପାରିବେ ।
ଖୁବଶୀଘ୍ର ଆସିବ ଏସଓପି ।
ଶିକ୍ଷକ ଓ ଅଣଶିକ୍ଷକ ପାଇଁ ଲାଗୁ ହେବ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ ।
କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତ୍ୟେକ କଲେଜ ବାର୍ଷିକ ରିପୋର୍ଟ ଦେବେ ।
ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ।
ଉଚ୍ଚ ଶିକ୍ଷାନୁଷ୍ଠାନରେ ସିସିଟିଭି କ୍ୟାମେରା ଲଗାଯିବ ।
ଆଇସିସି ସଦସ୍ୟ ଓ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ ସିସିଟିଭି ସ୍ଥାନ ନିରୂପଣ ହେବ ।













